27-12-2024 କଂଗ୍ରେସର ଭାରତ ମାନଚିତ୍ରରୁ ପିଓକେ ଗାଏବ ନୂଆଦିଲ୍ଲୀ, ୨୬/୧୨(ଏଜେନ୍ସି): କର୍ଣାଟକ କଂଗ୍ରେସର ଏକ ପୋଷ୍ଟରରେ ଭାରତ ମାନଚିତ୍ରକୁ ନେଇ ବିବାଦ ଉପୁଜିଛି। ଏହି ମାନଚିତ୍ରରୁ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଏବଂ ଅକ୍ସାଇ ଚୀନ୍ ଗାଏବ ହୋଇଥିବା ବିଜେପି ଅଭିଯୋଗ ଆଣିଛି। ମହାତ୍ମା ଗାନ୍ଧୀଙ୍କ ପୋଷ୍ଟର ସହ ଏହି ମାନଚିତ୍ର ଲଗାଯାଇଛି। ମାନଚିତ୍ରରୁ ଭାରତର ବିଭିନ୍ନ ଅଂଶକୁ କଂଗ୍ରେସ କାହିଁକି ହଟାଇଛି ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। ବିବାଦ ବଢ଼ିବା ପରେ କଂଗ୍ରେସ ଏହି ପୋଷ୍ଟର ହଟାଇଦେଇଛି। କର୍ଣ୍ଣାଟକର ବେଲଗାଭିରେ ୧୯୨୪ରେ କଂଗ୍ରେସ ଅଧୂବେଶନର ଶତାଦ୍ଦୀ ପାଳନ ଲାଗି ଦଳ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା। ଏଥିରେ ଭାରତର ମାନଚିତ୍ର ପ୍ରଦର୍ଶନ କରାଯାଇଥିଲା। ମାନଚିତ୍ରରେ ପିଓକେର ଗିଲ୍ଟ ଅଞ୍ଚଳ ଏବଂ ଚୀନ୍ ଅଧ୍ଯକୃତ ଅକ୍ସାଇ ଚୀନ୍ ସ୍ଥାନିତ ହୋଇଥିଲା। ଏହି ଦୁଇଟିଯାକ କ୍ଷେତ୍ର ଜମ୍ମୁ-କାଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ନେଇ ବିଜେପି ଏବଂ ଏହା ନେତୃତ୍ବାଧୀନ ଏନ୍ଡିଏ ନେତାମାନେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ବିଜେପି ଏହାର ଏକ୍ସ ହ୍ୟାଣ୍ଡେଲରେ ଲେଖୁଛି, ରାହୁଲ ଗାନ୍ଧୀଙ୍କ ମହୋବତ୍ କୀ ଦୁକାନ ସବୁବେଳେ ଚୀନ୍ ପାଇଁ ଖୋଲା ! ସେମାନେ ଦେଶକୁ ବିଭାଜିତ କରିଦେବେ। ଥରେ ସେମାନେ ଏପରି କରିସାରିଛନ୍ତି। ସେମାନେ ପୁଣି ଏପରି କରିବେ । କର୍...