ଫିରହାଦ୍ପ-ଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ
ସଂଖ୍ୟାଲଘୁ ପ୍ରସଙ୍ଗରେ ବକ୍ତବ୍ୟ ରଖ୍ ବିତର୍କରେ ମନ୍ତ୍ରୀ ଫିରହାଦ୍
https://samajaepaper.in/imageview_34_1912202423523866_4_80_19-12-2024_8_i_1_sf.html
କଲକାତା, ୧୮ । ୧୨ -24(ନି.ପ୍ର): ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି ବୋଲି ପଶ୍ଚିମବଙ୍ଗ ପୌର ଓ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତି। ଯାହାକୁ ନେଇ ସଂପ୍ରତି ବିତର୍କ ସୃଷ୍ଟି ହୋଇଛି। ଆଜି (ସୋମବାର) ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଅବସ୍ଥାନ କ'ଣ ସେବିଷୟରେ ଫିରହାଦ୍ ହାକିମ୍ କହିଥିଲେ ଯେ ଦଳର ଅବସ୍ଥାନ, ଆଦର୍ଶ ସଂପ୍ରତି ବିଭିନ୍ନ ଭାବେ ପ୍ରତିଫଳନ ହୋଇଛି। ଶାନ୍ତି, ଏକତା, ସଂପ୍ରୀତି ରକ୍ଷା ପାଇଁ ତୃଣମୂଳ କଂଗ୍ରେସ ପ୍ରତିଜ୍ଞାବଦ୍ଧ। ପଶ୍ଚିମବଙ୍ଗର ସାମାଜିକ ଭିତ୍ତିଭୂମିକୁ ବିସ୍ମିତ କରିବା ପାଇଁ କେତେକ ଶକ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପ୍ରକାରରେ ସମ୍ଭବ ନୁହେଁ । ଫିରହାଦ୍ ହାକିମ୍ଙ୍କ ବକ୍ତବ୍ୟ ଥିଲା ଯେ ତୃଣମୂଳ
କଂଗ୍ରେସ ଯେଉଁ ପ୍ରସଙ୍ଗକୁ ସମର୍ଥନ କରେ ନାହିଁ,
ତାହା
ଅନେକେ
ନେତା ସଠିକ୍ ଭାବେ ଜାଣନ୍ତି। ତୃଣମୂଳ କଂଗ୍ରେସର ହୁମାୟୁନ୍ କବିର ସଂପ୍ରତି ଫିରହାଦ୍ ହାକିମ୍ଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି । ପୂର୍ବତନ ପୁଲିସ
ଅଧିକାରୀ ହୁମାୟୁନ୍ କବିର ସ । ମ । ଜି କ
ଗ ଣ ମା ଧ୍ୟ ମ ର
ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ପ ରି ସ୍ଥି ତି ର ଗୁଣାତ୍ମକ ଦିଗକୁ ଗୁରୁତ୍ବ ଦେବାକୁ ହେବ । ଯେଉଁଥିରେ ଅଭାବ ରହିଛି । ସେହିପରି ଫିରହାଦ୍ ହାକିମ୍ଙ୍କ
ଏଭଳି ମନ୍ତବ୍ୟକୁ ସେ କାର୍ଯ୍ୟତଃ ବିରୋଧ କରି ଭାରତୀୟ ଏବଂ ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ଫିରହାଦ୍ ହାକିମ୍ଙ୍କ କନ୍ୟା ପ୍ରିୟଦର୍ଶିନୀ ହାକିମ୍ କହିଛନ୍ତି ଯେ କୁତ୍ସା ରଟନା କରିବା ଯେଉଁମାନଙ୍କ କାମ, ସେମାନେ ସେଥିରେ ହିଁ ମଗ୍ନ ରହିଥାଆନ୍ତି। ତେବେ ତାଙ୍କ ପିତା ତଥା ରାଜ୍ୟର ଜଣେ ମନ୍ତ୍ରୀ ଯେଉଁ ଲକ୍ଷ୍ୟରେ ମନ୍ତବ୍ୟ
କରିଛନ୍ତି, ତାର ଅନ୍ତତତ୍ତ୍ଵକୁ ଭିନ୍ନ ରୂପ
ଦେବା ଦୁର୍ଭାଗ୍ୟଜନକ ବିଷୟ। ଫିରହାଦ୍ ହାକିମ୍ ଆହୁରି କହିଛନ୍ତି ଯେ ସର୍ବଦା ଧର୍ମ ନିରପେକ୍ଷତା ଉପରେ ସେ ବିଶ୍ଵାସ ରଖନ୍ତି। ଜଣେ ଭାରତୀୟ ଭାବେ ଯାହା କର୍ତ୍ତବ୍ୟ ସେଥିରେ ସେ ବିରତି ରୁହନ୍ତି ନାହିଁ। ତେଣୁ
ସଂଖ୍ୟାଲଘୁଙ୍କୁ ନେଇ ହୋଇଥିବା ମନ୍ତବ୍ୟକୁ ବିତର୍କିତ କରିବାର ଆବଶ୍ୟକତା ନାହିଁ ।
Comments
Post a Comment